ମିଷ୍ଟର କୁଲ୍ ନାମରେ ଜଣାଶୁଣା କ୍ରିକେଟିୟର୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ପରେ ରାଜନୀତିରେ ଆସିପାରନ୍ତି , ଧୋନୀ ଭାଜପାରେ ଟିକେଟ୍ ମିଳିବା ଖବର ଏବେ ରାଜନୈତିକ କ୍ଷେତ୍ରରେ ଚହଳ ସୃଷ୍ଟି କରିଛି , କେଉଁଠୁ ଲଢିବେ ଏହା ପାଇଁ ଚାଲିଛି ଯୋଜନା , ଧୋନୀଙ୍କ ପାଖ ସଂମ୍ପର୍କୀୟଙ୍କ ମାନିବା କଥା କି ରାଜନୀତିରେ ଆସିବା କଥା କହିବା ବିବ୍ରତ ହେଲା ଭଳି ଲାଗୁଛି ,ଏବେ ପୂରା ଧ୍ୟାନ ବିଶ୍ୱକପ୍ ଉପରେ ଅଛି ,ତାହା ପରେ ଯାହା ନିର୍ଣ୍ଣୟ ନେବେ , ଏବେ କିଛି କୁହାଯାଇପାରିବ ନାହିଁ
ଏପଟେ ପ୍ରଦେଶର ଭାଜପା ଏହି ବିଷୟରେ କିଛି ଖବର ନାହିଁ , ଖବର ଅନୁସାରେ ଧୋନୀଙ୍କ ସହ ଗୌତମ ଗାମ୍ଭୀରଙ୍କ ସହ ଭାଜପାର ତରଫରୁ ଆସିବା କଥା କୁହାଯାଇଛି , ଗୌତମ ଗମ୍ଭୀର ଦିଲ୍ଲୀରୁ ଓ ଧୋନୀ ଝାଡଖଣ୍ତ କେଉଁ ସିଟ୍ ରୁ ସଂସଦୀୟ ନିର୍ବାଚନ ଲଢିବା କଥା ଜଣାପଡୁଛି , ଏହା ସହ ଭାଜପା ଦୁଇ କ୍ରିକେଟିୟର ସହ ନିର୍ବାଚନର ଷ୍ଟାର୍ ପ୍ରଚାରକ ସୂଚୀରେ ରଖିବାପାଇଁ ନିର୍ଣ୍ଣୟ ନେଇଛନ୍ତି , ବିଶ୍ୱକପ୍ ପୁର୍ବରୁ ରାଜନୀତି ନୁହେଁ, ରାଞ୍ଚିର ବିବି ର ପୁର୍ବ ଖେଳ ନିର୍ଦ୍ଧେଶକ ଓ ଧୋନୀଙ୍କ ପାଖପାଖି ଲୋକ ଜୟ କୁମାର ସିହ୍ନା କହିଲେ କି ୱେଷ୍ଟଇଣ୍ତିଜ୍ ସିରିଜ୍ ଖେଳିବା ସମୟରେ ପ୍ରଥମେ ଧୋନୀ ସ୍ପଷ୍ଟ କହିଥିଲେ କି ତାଙ୍କ ପୂରା ଧ୍ୟାନ ବିଶ୍ୱକପ୍ ଉପରେ ଅଛି
ହା ଛଡା ସେ ଅନ୍ୟ କୌଣସି ଜିନିଷ ବିଷୟରେ ଭାବି ନାହାନ୍ତି , ଧୋନୀ ରାଞ୍ଚିର ପ୍ରବାସ ସମୟରେ ଜୟ କୁମାର ସିହ୍ନାଙ୍କ ସହ ବହୁତ ବିଲିୟାର୍ଡ ଖେଳିଛନ୍ତି , ଜୟ କହିବା ଅନୁସାରେ କ୍ରିକେଟ୍ ପରେ ସେ ରାଜନୀତିରେ ଆସିବା କଥା କହିବା ଏକ ଭୁଲ୍ ଧାରଣା ହେବ , କ୍ରିକେଟ୍ ତାଙ୍କର ପ୍ରଥମ ପ୍ରେମ ଅଟେ , ଓ ସେ କ୍ରିକେଟ୍ ରୁ ସନ୍ୟାସ ନେବା ପରେ ସେ ଏଥିପାଇଁ କୋଚ୍ , କମେଣ୍ଟେଟର, ଚୟନକର୍ତ୍ତା ,ହେବାର ରାସ୍ତା ଖୋଲା ଅଛି , କ୍ରିକେଟ୍ ପ୍ରଶିକ୍ଷକ ଚଞ୍ଚଳ ଭଟ୍ଟାଚାର୍ଯ୍ୟ ବି କହିଥିଲେ ତାଙ୍କ ଆଗାମୀ ଲକ୍ଷ୍ୟ ୨୦୧୯ ବିଶ୍ୱକପ୍ ଅଟେ , ବିଶ୍ୱକପ୍ ପରେ ଏହାର ନିର୍ଣ୍ଣୟ କରିବା ଠିକ୍ ହେବ ।
ନିଜ ନିର୍ଣ୍ଣୟରୁ ଧୋନୀ ବହୁତଥର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିସାରିଛନ୍ତି , ପଡିଆରେ ଅଧିନାୟକତ୍ୱ କରିବା ସମୟରେ ନିର୍ଣ୍ଣୟ ନେଇଛନ୍ତି ତାହା ଅନ୍ୟ କେହି ନେଇ ପାରିବେ ନାହିଁ ,ଟେଷ୍ଟ ଅଧିନାୟକତ୍ୱ ଛାଡିବା ନିର୍ଣ୍ଣୟ ଧୋନୀ ଅଚାନକ ନେଇ ଥିଲେ , ତାଙ୍କର ଏହି ନିର୍ଣ୍ଣୟ ନେବା ଟିମ୍ ର ଖେଳାଳି ମାନଙ୍କୁ ଜଣା ନଥିଲା , ୱାନ୍ ଡେ ଓ ଟି-୨୦ ରେ ଅଧିନାୟକତ୍ୱରୁ ସେ ଅଚାନକ ଛାଡିଥିଲେ , ଏଥିପାଇଁ ରାଜନୀତିରେ ଚର୍ଚ୍ଚା ହେଉଛି କି ଧୋନୀ କେବେ ରାଜନୀତି ପାରି ଆରମ୍ଭ କରିବେ , କିନ୍ତୁ ଏହା କହିପାରିବା ମୁସ୍ କିଲ୍ ଅଟେ , ଏଥିପାଇଁ ଏହି ଖବର ରାଜନୀତି ମହଲରେ ହାଲକାରେ ନିଆଯାଉନାହିଁ ।



Comments
Post a Comment