ବର୍ତମାନ ର ସବୁଠୁ ବଡ ଖବର – ଭାରତ ପାକିସ୍ଥାନ ଉପରେ କରିଲା ଆକ୍ରମଣ, LOC ରେ ଆସିଲା ପାକିସ୍ଥାନ ପାଇଁ ଏକ ବଡ ସଙ୍କଟ – ଏବେ ପାକିସ୍ତାନ…

ଜମ୍ମୁ କାଶ୍ମୀରର ପୁଲବାମାରେ ସୁରକ୍ଷା ବଳଙ୍କ ଉପରେ ଆତଙ୍କୀ ଆକ୍ରମଣ ଓ ୪୪ ଜଣ ଜବାନ ସହୀଦ ହେବାପରେ ଶୁକ୍ରବାରକୁ ପାକିସ୍ଥାନ ଆଉଥରେ ପୁଞ୍ଚରେ ଏଲ୍ ଓ ସି ପାଖରେ ସିଜଫାଏର୍ ର ଉଲ୍ଲଘନ କରିଥିଲେ , ଯାହାର ଜବାବରେ ଭାରତ ଏହାର କଡା ଜବାବ ଦେଇଛି , ଭାରତ ତରଫରୁ ପାକିସ୍ଥାନ ଉପରେ ଭାରି ଗୁଳିବାରି କରାଯାଉଛି । ଯେଉଁଠି ପାକିସ୍ଥାନର ଭାରି କ୍ଷତି ହେଇଥିବାର ଖବର ଆସୁଛି , ଜମ୍ମୁ କାଶ୍ମୀରର ପୁଲବାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଏକ ବଡ ଫଇସଲା ନେଇଛନ୍ତି
ଶୁକ୍ରବାରକୁ ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀ ଅନୁବାଇରେ ହୋଇଥିବା ସୁରକ୍ଷା ମାମଲାରେ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଫଇସଲା ନିଆଯାଇଛି , ପାକିସ୍ଥାନରୁ ମୋଷ୍ଟ ଫେବର୍ଡ ନେଶନ୍ ଦର୍ଜା ଫେରାଇ ନେଇଛନ୍ତି , ଗୁରୁବାରକୁ ହୋଇଥିବା ପୁଲବାମା ଆକ୍ରମଣରେ ପ୍ରାୟ ୩୭ଜଣ ଜବାନ ସହୀଦ ହୋଇଥିବାର ସୂଚନା ମିଳୁଛି , ଏହି ଆକ୍ରମଣ ପରେ ଦେଶବାସୀଙ୍କର ରାଗ ପାକିସ୍ଥାନ ଉପରେ ଆହୁରି ବଢିଯାଇଛି ,
ସିସିଏସ୍ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛଡା ରକ୍ଷା ମନ୍ତ୍ରୀ ନିର୍ମଳା ସିତାରମଣ, ବିତ୍ତ ମନ୍ତ୍ରୀ ଅରୁଣ ଜେଟଲି, ଗୃହ ମନ୍ତ୍ରୀ ରାଜନାଥ ସିଂ , ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସାମିଲ୍ ହୋଇଥିଲେ । ଏହି ବୈଠକରେ ଏକ ବଡ ଫଇସଲା ନିଆଯାଈଛି , ୧) ପାକିସ୍ଥାନରୁ ମୋଷ୍ଟ ଫେବର୍ଡ ନେଶନ୍ ଦର୍ଜା ଫେରାଇ ନିଆଯାଇଛି , ମାନେ ଏବେ ପର୍ଯ୍ୟନ୍ତ ପାକିସ୍ଥାନ ଭାରତର ସହ ଟ୍ରେଣ୍ତ କରିବାର ରିହାତି ପାଉଥିଲା ଯାହା ଏବେ ବନ୍ଦ ହୋଈଯାଇଛି , ୨) ବିଦେଶ ମନ୍ତ୍ରାଳୟ ଅନ୍ତରାଷ୍ଟ୍ରିୟ ସ୍ତରରେ ପାକିସ୍ଥାନକୁ ଅଲଗା କରିବାର ଦେଶ କଥାବାର୍ତ୍ତା କରିବ , ଦୁନିଆଁର ସାମନାରେ ପାକିସ୍ଥାନର ଆତଙ୍କବାଦୀ ଚେହେରା ପର୍ଦାଫାଶ କରାଯିବ ।
୩) ୧୯୮୬ ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ ଆତଙ୍କବାଦ ପରିଭାଷା ବଦଳାଇବା ପାଇଁ ଯେଉଁ ପ୍ରସ୍ତାବ ଦିଆଯିବ ତାହାକୁ ପାସ୍ କରିବାକୁ ପୁରା ଚେଷ୍ଟା କରାଯିବ , ଏହି ପ୍ରସ୍ତାବକୁ ପାସ୍ କରିବାକୁ ଅନ୍ୟ ଦେଶର ଉପରେ ମଞ୍ଜୁରି କରିବାକୁ କୁହାଯିବ , ୪) ଗୃହମନ୍ତ୍ରୀ ରାଜନାଥ ସିଂ ଶନିବାରକୁ ଏକ ସର୍ବଦଳିୟ ବୈଠକ କରିବେ , ଏହି ବୈଠକରେ ରାଜନାଥ ସିଂ ପୁଲବାମାରେ ଆକ୍ରମଣ ପରେ ବିପକ୍ଷ ପାର୍ଟିଙ୍କ ସହ ବିସ୍ତାରରେ ଚର୍ଚ୍ଚା କରିବେ ।
୫) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦିଙ୍କ ବିପକ୍ଷରେ ଖୋଲା ଯୁଦ୍ଧ କରିବାର ମତ ରଖିଛନ୍ତି , ସେ କହିଲେ କି ଆତଙ୍କବାଦୀ ବହୁତ ବଡ ଭୁଲ୍ କରିବସିଛନ୍ତି , ସେମାନେ ସେନାଙ୍କୁ ଖୋଲା କରିଦେଇଛନ୍ତି , ଜେଟଲି-ନିର୍ମଳା କରିଲେ ମିଡିଆଙ୍କ ସହ କଥାବାର୍ତ୍ତା ଆପଣଙ୍କୁ କହିଦେବୁ କି ସିସିଏସ୍ ବୈଠକ ପରେ ବିତ୍ତ ମନ୍ତ୍ରୀ ଅରୁଣ ଜେଟଲି ଓ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମିଡିଆକୁ ସଂବୋଧିତ କରିଥିଲେ , ଅରୁଣ ଜେଟଲି କହିଲେ କି ସିସିଏସ୍ ପୁଲବାମା ଆକ୍ରମଣ ସମୀକ୍ଷା କରି ଓ ଏହା ଉପରେ ଚର୍ଚ୍ଚା କରିଥିଲେ , ବୈଠକ ଦୁଇ ମିନିଟ୍ ପାଇଁ ମୌନ ରଖାଯାଈଥିଲା ।

Comments